NUAJIBAN.COM

Search results

Followers

Thursday 13 June 2019

KARMA HI BHAGABAN EI KATHA KETE BHUL AAU KETE THIK

କର୍ମ ହିଁ ଭଗବାନ ୟେ କଥା କେତେ ଠିକ ଆଉ କେତେ ଭୁଲ 


ଯେବେ ବି ଧର୍ମ କଥାକୁ ନେଇ ଯୁକ୍ତି ହୁଏ ପ୍ରାୟେ ଶୁଣି ଥିବେ ଆରେ ଯେମିତି କର୍ମ ସେମିତି ଫଳ -ଆଉ କର୍ମ ହିଁ ଭଗବାନ -ବାସ ଏତିକି କହି କହୁ ଥିବା ଲୋକ ବାହାଦୁରି ମାରି ନିଏ କାହିଁ କିଣା ସେ କଥାକୁ କାଟିବା ଵାଲା ସେଇଠି କେହି ବି ନ ଥାନ୍ତି ..କିନ୍ତୁ ଆଜି ମୁ ଏମିତି ଗୋଟେ ଲଜିକ କହିବି ଯାହାକୁ ପଢିଲା ପରେ ଆଶ୍ଚର୍ଯ୍ୟ ହେଇ ଯିବେ ଯେ ୟେ କଣ ସତ ବୋଲି ---କିଛି ଜାଣିବା ଆଗରୁ ଆମକୁ ବୁଝି ବାକୁ ହେବ ଯେ କର୍ମ କଣ ଆଉ ଭଗବାନ କଣ ----
krishna bhagaban in odia
what is karma in odia


କର୍ମ କଣ -----


         ସାଧାରଣ ଭାଷାରେ କହିବାକୁ ଗଲେ କିଛି କ୍ରିୟା କରିବାକୁ ହିଁ କର୍ମ କୁହା ଯାଏ .
ଯଦି ୟେ କଥା ସତ ତାହେଲେ ମୋ ହିସାବରେ କର୍ମ ଦୁଇଟି ଜିନିଷରେ ହୁଏ -ଆଉ ସେସବୁ ହେଲା

 ୧...ଆମେ ଚିନ୍ତା କରୁଥିବା ମନ ଆଉ ଉଦ୍ଦେଶ୍ୟ 

୨....ଶରୀର 


ଆଖି କାନ ପାଟି ଏମିତି ଇନ୍ଦ୍ରିୟ ମାନଙ୍କ ରେ ହଉଥିବା କ୍ରିୟା କୁ ଆମେ କର୍ମ ବୋଲି କହି ଥାଉ..
ଆଉ ଆମେ ସୋଇଥିବା ବେଳେ କିମ୍ବା ଅନ୍ୟ ସମୟରେ  ଆମ ମନ ଚିନ୍ତନ କରି ବହୁତ କିଛି ଚିନ୍ତାକୁ କଳ୍ପନା କରିଥାଏ ଆମେ ତାହାକୁ ବି କର୍ମ ବୋଲି କହିଥାଉ .              [ଆସନ୍ତୁ ଜାଣିବା ---ଟିକେ ଗଭୀର ଭାବରେ ବୁଝିବାକୁ ଚେଷ୍ଟା କରିବେ]

ମେ ସୋଇଥିବା ବେଳେ କିମ୍ବା ଅନ୍ୟ ସମୟରେ  ଆମ ମନ ଚିନ୍ତନ କରି ବହୁତ କିଛି ଚିନ୍ତାକୁ କଳ୍ପନା କରିଥାଏ ଆମେ ତାହାକୁ ବି କର୍ମ ବୋଲି କହିଥାଉ .              [ଆସନ୍ତୁ ଜାଣିବା ---ଟିକେ ଗଭୀର ଭାବରେ ବୁଝିବାକୁ ଚେଷ୍ଟା କରିବେ]

 ଭଗବାନ କଣ 


ଯାହାର ଶକ୍ତି ଅଛି ସେ ଶକ୍ତିମାନ ------ଯାହାର ଧନ ଅଛି ସେ ଧନବାନ ---ଠିକ ସେମିତି ଯାହାର ଭୋଗ ଅଛି ସେ ଭଗବାନ -----ହଁ ସାରା ସଂସାରରେ ଛ ଟି ଭୋଗ ଅଛି ଯାହାକି ଦୁର୍ଲଭ ଆଉ ସେ ସବୁ ଏକ ସହ ଯାହା ପାଖରେ ଥାଏ ଆଖି ବୁଜି ମାନିବାକୁ ହେବେଯେ ସେ ଭଗବାନ .......କିନ୍ତୁ ଇଶ୍ୱର ଆଉ ଭଗବାନ ଏକାଅର୍ଥରେ ଦୁଇଟି ଶବ୍ଦକୁ କେବେ ବୁଝି ବେନି ....
ଇଶ୍ୱର ଙ୍କୁ ପୃଥିବୀ କୁ ଆସିବାକୁ ହେଲେଁଭଗବାନ  ହବାକୁ ପଡିବ.........ସେଇ ଭଗବାନ ଯେବେ ଯୋଗ ସମାଧି ରେ ନିଜ ସହ ଏକାକାର ହେଇ ଯାନ୍ତି ସେତେବେଳେ ସେ ପୁଣି ଇଶ୍ୱର ହେଇ ଯାନ୍ତି ....

ଏକଥା କୁ ଅଧିକ ବୁଝାଇବାକୁ ଚେଷ୍ଟା କରିବି ଆଉ ଗୋଟେ ବିଷୟରେ ....

 ଏବେ କୁହନ୍ତୁ କର୍ମ ସହ ଭଗବାନ ର କିଛି ସମ୍ପର୍କ ଅଛି କି ..ନାହିଁ ନା ..?...........ତାହେଲେ କର୍ମ ହିଁ ଭଗବାନ ଏକଥା କଣ ମିଛ ...ନା ନା ଜମା ମିଛ ନୁହେ .....ମିଛ ଆମ ବୁଝିବାରେ ଅଛି...

ପ୍ରକୁତ ସତ କଣ ଆପଣ ଜାଣିଲେ ..ନିହାତି ଖୁସି ହେବେ....

କିଛି କରିବାକୁ ଯଦି ଆପଣ କର୍ମ boli  କହୁ ଛନ୍ତି ଆଉ ସେ କର୍ମ କୁ ଭଗବାନ ବୋଲି କହୁ ଛନ୍ତି --------ତାହେଲେ .....ଜଣେ ଚୋରି କଲେ କଣ ପାଇଁ ଦଣ୍ଡ ପାଉଛି ..ଆଉ କୌଣସି ଝିଅର ଜୀବନ ନଷ୍ଟ କଲେ ଫାଶୀ କଣ ପାଇଁ ମିଳୁଛି ...କିରେ ଭାଇ କର୍ମ ପରା ଭଗବାନ ବୋଲି କହୁ ଥିଲ....ତାହେଲେ ସେମାନେ ବି ତ କର୍ମ କରିଛନ୍ତି ତାଙ୍କର ଭୁଲ କଣ ରହିଲା .....

ଏକଥାକୁ ଟିକେ ଗଭୀର ଭାବେ କହିଲେ ଆପଣ କହିବେ କି ଯିଏ ପାପ କର୍ମ କରିବ ସେ ଦଣ୍ଡ ପାଇବ --ଆରେ ଭାଇ ଆଗେ କହିଲ କି କର୍ମ ହିଁ ଭଗବାନ ଆଉ ଏବେ କହୁଛ ପୁଣି ପାପ ପୁଣ୍ୟ କର୍ମ ......ତାହେଲେମୋତେ କୁହ ପାପ ପୁଣ୍ୟ karma  କଣ କଣ


ଆପଣ କହିବେକି ଖରାପ କାମକୁ ପାପ ବୋଲି କହି ଥାଉ .......................ଯଦି ପ୍ରକୁତରେ ଆପଣ ଙ୍କ ଚିନ୍ତା ଏମିତି ଥିବ ତାହେଲେ ଭାବୁଛି ଆହୁରି ବହୁତ କିଛି ଆପଣ ଙ୍କୁ ବୁଝି ବାର ବାକି ଅଛି


ଆସନ୍ତୁ ଜାଣିବା ପାପ ପୁଣ୍ୟ କୁ କେମିତି ଚିଂ ହିବା ...............

ଜଣେ ଆର୍ମି ଲୋକ ଯଦି ଶତ୍ରୁ କୁ ମାରି ଦଉଚି ତାହେଲେ ତାକୁ ମେଡାଲ ମିଳୁଛି କିନ୍ତୁ ଆମେ ଯଦି କାହାକୁ କିଛି ବି ଭୁଲ କହି ଦଉଛେ ତାହେଲେ ଆମକୁ ଥାନା ଯିବାକୁ ପଡୁଛି .....

ଜଣେ ଡାକ୍ତର ଯଦି ପେଟକୁ କାଟି ଦଉଚି ଆଉ ଭୁଲରେ ଯଦି ମରିବି ଯାଏ ସେ ଲୋକ ତାହେଲେ ତାର ଭୁଲ ନାହିଁ କିନ୍ତୁ ଆମେ ଯଦି କାହାକୁ ଟିକେ କାଟି ଦଉଛେ ଆମ ନାଁରେ କେଶ.....

ଏଇ ଦୁଇଟି ଉଦାହରଣରୁ ଆପଣ କଣ ବୁଝିଲେ .....କିରେ ଭାଇ କର୍ମ ତ ସବୁ କରୁଛନ୍ତି ହେଲେ ଏତେ ଫରକ କଣ ପାଇଁ
ସେଇ ଡାକ୍ତର ଯଦି ଡାକ୍ତର ଖାନା ବାହାରକୁ  ଆସି କାହାକୁବି ପେଟ କାଟି  ଦିଏ  ତାହେଲେ ତା  ନାଁରେ ଥାନାରେ  କେଶ .....

ତାହେଲେ ଭଲ ମନ୍ଦ ବିଚାର ଆଉ ନିଷ୍ପତି କରିବା ବହୁତ କଷ୍ଟ .........ଏଇ ଉଦାହରଣ କୁ ଟିକେ ଶାନ୍ତ ମନରେ ବୁଝି ବାକୁ ଚେଷ୍ଟା କର ......ଜାଣିବାକୁ ପାଇବା କି କର୍ମ ର ଖେଳ କଉଠି ଆଉ କେମିତି ...

ଡାକ୍ତର ଜଣେ କିନ୍ତୁ ଜାଗା ଅନୁସାରେ ତା କର୍ମ କୁ ଭଲ ମନ୍ଦ ବୋଲି ଆମେ ବିଚାର କରୁଛେ .....ତାହେଲେ କଣ ମୁ କହି ପାରିବି କି ମଣିଷର ଉଦ୍ଦେଶ୍ୟ ଅନୁସାରେ ହଉଥିବା  କର୍ମରେ ହିଁ ଭଲ ମନ୍ଦ ନିର୍ଭର କରିଥାଏ ......ଯଦି ଆପଣ ଏଇ କଥାରେ ଏକ ମତ ତାହେଲେ ମୁ ଭାବୁଛି ଆପଣ ଭଲ ଭାବରେ ବୁଝି ଲେ ବୋଲି .....


ଡାକ୍ତର ଯେତେ ବେଳେ ରୋଗୀ କୁ ପେଟ କାଟେ ରୋଗ ଭଲ କରିବା ପାଇଁ ସେଟେ ବେଳେ ତାର କିଛି ବି ଭୁଲ ହୁଏନି କାହିଁ କିଣା ତା ଉଦ୍ଦେଶ୍ୟ ଭଲ ------ଆଉ ଚିନ୍ତା ଭଲ -----କି ମୁ ତାକୁ ଭଲ କରିବି ...

କିନ୍ତୁ ସେଇ ଡାକ୍ତର ଯଦି  ବାହାରେ କାହାକୁ ବି ପେଟ କାଟି ଦିଏ ତାହେଲେ ତାର ଦୋଷ ହେଇ ଯାଏ କାହିଁ କିନା ତା ଉଦେଶ୍ୟ ଖରାପ ଥିବାରୁ ସେ ଏମିତି କାମ କରିଲା .....

.....ତାହେଲେ ସବୁ କଥାର ମୂଳ ଏଇଆ ହେଲାକି ଭଲ ଚିନ୍ତା ଆଉ ଭଲ ଉଦେଶ୍ୟ ରଖି କାମ କର ଆଉ ସେଇ କାମ ହିଁ ଭଗବାନ ହେଇ ଯିବ ..ଅର୍ଥାତ ଭଲ ଫଳ ମିଳିବ ସେଇ ଫଳକୁ ଆମେ ପାଇଲେ ନିହାତି ଖୁସି ଅନୁଭବ କରି ପାରିବ ଆଉ ସେଇ ଖୁସିରେ ହିଁ ଭଗବାନ ଲୁଚି ରହି ଥାନ୍ତି ........

ଏଇଥି ପାଇଁ ମୁ ଆଗରୁ ବି କହୁଛି ତମେ କଣ କରୁଛ ସେଇଟା  ସେତେ ଜରୁରୀ ନୁହେ କିନ୍ତୁ ସେଇ କାମକୁ କଣ ଚିନ୍ତା ଆଉ କଣ ଉଦେଶ୍ୟ ରେ କରୁଛ ତା ଉପରେ ତୁମ କାମର ଭଲ ମନ୍ଦ ବିଚାର ହବ ସହ ଫଳ ନିର୍ଧାରିତ ହେଇ ଥାଏ ....


ଯଦି ତମେ ମନ୍ଦିର ରେ ପୂଜା କରୁଛ ଆଉ ତମ ମନ ଫିଲ୍ମ ହଲଲ ରେ ତା ହେଲେ ତୁମେ କେବେବି ପୂଜା ର ଫଳ ପାଇଁ ବନି

ପାଠ ପଢା ସମୟରେ କିରକେଟ ବଲଳ କଥା ଭାବିଲେ କେବେ ବି ଭଲ ପାଠ ମିଳିବନି ....ଠିକ ସେମିତି ଚିନ୍ତା ଆଉ ଉଦେଶ୍ୟ ଅନୁସାରେ ...ହଉଥିବା କର୍ମରେ ଭଲ ହେଲେ ଆମେ ସେଇ କର୍ମକୁ ଭଗବାନ ବୋଲି କହି ପରିବା



ଆଶା ଅଛି ନିହାତି ଭଲ ଲାଗି ଥିବ ବୋଲି.....ଆଗକୁ ଭଲ ପୋଷ୍ଟ ଅଛି ନିହାତି ଯୋଡି ହେଇ ରୁହନ୍ତୁ ...... 

No comments:

Post a Comment